Odisha Link
Bridging the Missing Links in Odisha

ନକଲି ନିଟ୍‌ ପରୀକ୍ଷାର୍ଥୀ ଗିରଫ; ୧୦ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍‌

ଓଏଲ୍‌ ବ୍ୟୁରୋ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍‌‌ ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଛି। ତେବେ ପରୀକ୍ଷା ସରିବା ପରେ ନିଟ୍‌ ପରୀକ୍ଷା ଦେଇଥିବା ନକଲି ପରୀକ୍ଷାର୍ଥୀ ସହ ୩ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ସ୍ଥିତ ସେଣ୍ଟରରୁ ଧରାପଡ଼ିବା ପରେ ଗିରଫ। କୋଲକାତାର ଜଣେ ମେଡିକାଲ ଛାତ୍ର ପରୀକ୍ଷା ଦେଉଥିଲେ।

ମୟୂରଭଂଜର ଜଣେ ଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍‌ କରିଥିଲେ। ଟିପ ଚିହ୍ନ ଓ ଆଧାର କାର୍ଡରୁ ଛାତ୍ର ଜଣଙ୍କ ନକଲି ବୋଲି ଜଣାପଡ଼ିଥିଲେ। ୨ ମଧ୍ୟସ୍ଥି ସହ ମେଡିକାଲ ଛାତ୍ରଙ୍କୁ ଗିରଫ କଲା ଗ୍ରାମାଞ୍ଚଳ ପୁଲିସ। ଟଙ୍କା ଦେଇଥିବା ଛାତ୍ର ଓ ଆଉ ୨ ମଧ୍ୟସ୍ଥ ଫେରାର୍ ଥିବା ସୂଚନା ରହିଛି।