Odisha Link
Bridging the Missing Links in Odisha

ବୌଦ୍ଧ-ନୟାଗଡ଼ ସୀମାନ୍ତରେ ଚେକିଂ, କଳା ରଙ୍ଗର ଗାଡ଼ିରୁ ବାହାରିଲା ୧୦ ଲକ୍ଷ

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ଓଡ଼ିଶାରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସିଲ୍‌ ହେବ ନେତାଙ୍କ ଭାଗ୍ୟ। ସାରା ରାଜ୍ୟରେ ନିର୍ବାଚନ ମାହୋଲ ଥିବା ବେଳେ ସବୁଠି ଚେକିଂ ବ୍ଲକିଂ ଚାଲିଛି। ପୁଲିସ ଚେକିଂ କରୁଥିବା ସମୟରେ ଗୋଟିଏ ଗାଡ଼ିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଗାଡ଼ି ଚାଳକଙ୍କ ସମେତ ଦୁଇ ଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

ନିର୍ବାଚନ ସମୟରେ ଚେକିଂ ବ୍ଲକିଂ ଜୋରଦାର କରିଛି ପୁଲିସ। ଆଜି ବୌଦ୍ଧ ଓ ନୟାଗଡ଼ ସୀମାନ୍ତରେ ପୁଲିସ ଚେକିଂ କରୁଥିଲା। ସେହି ସମୟରେ ବୌଦ୍ଧ ଜିଲ୍ଲା ପଟରୁ ଆସୁଥିବା ଗୋଟିଏ କଳା ରଙ୍ଗର କିଆ ଗାଡ଼ିକୁ ପୁଲିସ ଚେକିଂ କରିଥିଲା। ସେହି ଗାଡ଼ିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠାବ କରିଥିଲା ପୁଲିସ। ପରେ ଗାଡ଼ି ଚାଳକ ଓ ବସିଥିବା ଦୁଇଜର ମହିଳାଙ୍କୁ ପଚରାଉଚରା ମଧ୍ୟ କରିଥିଲା ପୁଲିସ।

୩ ଜଣ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ପୁଲିସ ଟଙ୍କା ଜବତ କରିବା ସହିତ ଉକ୍ତ ଦୁଇ ମହିଳା ଓ ଗାଡ଼ି ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ସୂଚନା ରହିଛି।