Odisha Link
Bridging the Missing Links in Odisha

ରଥ ଉପରକୁ ମୋବାଇଲ ମନା, ସେବାୟତଙ୍କୁ ସତର୍କ କରାଇଲେ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଅପେକ୍ଷା କରିଛି ଶ୍ରୀମନ୍ଦିର। ଆଜି ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜୀଉଙ୍କୁ ନେଇ ଆସିବା ପାଇଁ ନାକଚଣା ଦ୍ୱାର ଆଗରେ ପ୍ରସ୍ତୁତ ହୋଇ ଠିଆ ହୋଇଛି ତିନି ରଥ। ବଡଭାଇ ବଳଭଦ୍ର, ଉଭଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀଜଗନ୍ନାଥ। ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁପ୍ରକାରର ବ୍ୟବସ୍ଥା ହୋଇଛି।

ରଥ ଉପରେ ମୋବାଇଲ କଟକଣା ବଳବତ୍ତର ରହିଛି। ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ରଥ ଉପରକୁ ମୋବାଇଲ ନନେବାକୁ ସେବାୟତଙ୍କ ସହ ଆଲୋଚନା ହୋଇଛି। ଆଶା କରାଯାଉଛି ସେବାୟତମାନେ ସହଯୋଗ କରିବେ। ଯଦି କିଏ ରଥକୁ ମୋବାଇଲ ନେବ କାର୍ଯ୍ୟାନୁଷ୍ଠାନ ହେବ। ଭିଡିଓ ରେକର୍ଡିଂ ହେଉଛି, ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.