Odisha Link
Bridging the Missing Links in Odisha

ବଡ଼ ଖବର: ସ୍ଥଗିତ ଥିବା ୟୁଜିସି-ନେଟ୍‌ ପରୀକ୍ଷା ତାରିଖ ଘୋଷଣା କଲା ଏନ୍‌ଟିିଏ

ଓଏଲ୍‌ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ସ୍ଥଗିତ ରହିଥିବା ନେଟ୍‌‌ ପରୀକ୍ଷା ପାଇଁ ପୁନଃ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ଆସନ୍ତା ୨୧ ଓ ୨୭ ତାରିଖରେ ହେବ। ଦୁଇଟି ସିଫ୍ଟରେ ପରୀକ୍ଷା ହେବ ବୋଲି ନେସନାଲ୍‌‌ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଥମ ସିଫ୍ଟରେ ସକାଳ ୯ଟାରୁ ୧୨ଟା ଏବଂ ୨୭ ତାରିଖରେ ଦ୍ୱିତୀୟ ସିଫ୍ଟରେ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପରିବର୍ତ୍ତିତ ଆଡମିଟ୍‌‌ କାର୍ଡକୁ ଏନ୍‌‌ଟିଏ ୱେବସାଇଟ୍‌‌ରୁ ପରୀକ୍ଷାର୍ଥୀମାନେ ଡାଉନଲୋଡ୍‌ କରିପାରିବେ।

ସୂଚନାଯୋଗ୍ୟ, ପୂର୍ବରୁ ୧୫ ତାରିଖରେ ନେଟ୍‌‌ ପରୀକ୍ଷା କରିବାକୁ ସ୍ଥିରିକୃତ ହୋଇଥିଲା। ହେଲେ ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ କୁହାଯାଇଥିଲା।