Odisha Link
Bridging the Missing Links in Odisha

ଖୁସି ଖବର: ଆଜି ମହିଳାଙ୍କ ଖାତାକୁ ଯିବ ୫ ହଜାର ଟଙ୍କା

ଓଏଲ୍‌ ବ୍ୟୁରୋ: ଆଜି ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ। ୮ ତାରିଖ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଦ୍ବିତୀୟ କିସ୍ତି ଟଙ୍କା ଯିବ। ମାତ୍ର ତିନି ଦିନ ଭିତରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧୦ ଜହାର ଟଙ୍କା। ନୂଆ ଆବେଦନକାରୀଙ୍କ ଲାଗି ମାର୍ଚ୍ଚ ୩୧ ଶେଷ ତାରିଖ ରହିଛି।

ସୁଭଦ୍ରା ଯୋଜନା ପାଇଁ ଡୋର ଟୁ ଡୋର ସର୍ଭେ ହେବ। ବଞ୍ଚିତ ହିତାଧିକାରୀ ଖୋଜିବାକୁ ସରକରା ପ୍ରୟାସ କରିଛନ୍ତି। ମାର୍ଚ୍ଚ ୩୧ ଯାଏଁ ଆବେଦନ ବନ୍ଦ କରି ସର୍ଭେ ହେବ। ଏଯାଏଁ ସୁଭଦ୍ରାରେ ୧କୋଟି ୮ଲକ୍ଷ ମହିଳାଙ୍କ ଆବେଦନ କରିଛନ୍ତି। ୫ଟି ପର୍ଯ୍ୟାୟରେ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ଯାଞ୍ଚ ପରେ ରକ୍ଷା ବନ୍ଧନରେ ୩ଟି କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।