Odisha Link
Bridging the Missing Links in Odisha

ପୁଣି ଟ୍ରେଣ୍ଡରେ ଡୋଲୋ-୬୫୦, ଜାଣନ୍ତୁ କାହିଁକି ଲୋକପ୍ରିୟ ଏହି ଔଷଧ..

ଓଏଲ୍‌ ବ୍ୟୁରୋ: ଜ୍ବର ଥଣ୍ଡା କାଶ ମୁଣ୍ଡବିନ୍ଧା ଗୋଡ଼ହାତ ବଥାର କଷ୍ଟ ମନେ ପକାନ୍ତୁ। ବୋଧହୁଏ କରୋନା ସମୟରେ ସମସ୍ତେ କେବେକେବେ ନାଁ କେବେ ଭୂତାଣୁର ଲହରରେ ଛନ୍ଦି ହୋଇ ଧନ୍ଦି ହୋଇଥିବେ। ବହୁତ କଷ୍ଟ ଯନ୍ତ୍ରଣା ଅନୁଭବ କରିଥିବେ। ସେତେବେଳେ ତ ବଜାରରେ ଗୁଡ଼ାଏ ଜ୍ବର ମେଡିସିନ ଥିଲା। କିନ୍ତୁ ଆମ ସମସ୍ତଙ୍କ ନଜରରେ ଗୋଟିଏ ମେଡିସିନ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା, ତାହା ହେଉଛି ଡୋଲୋ-୬୫୦। ସମୟ ଏମିତି ହେଲା ଯେ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବି ଲକ୍ଷଣ ପାଇବ କ୍ଷଣି ଆମେ ଏ ମେଡିସିନ ଖାଇଛନ୍ତି ଓ ଜ୍ବରକଷ୍ଟରୁ ମୁକ୍ତି ବି ପାଇଛନ୍ତି। କିନ୍ତୁ ଆପର ଜାଣନ୍ତି କି ଡୋଲୋ-୬୫୦ କେମିତି ହେଲା ଏତେ ପପୁଲାର? ପ୍ରତି ଘରେ କେମିତି ସ୍ଥାନ ପାଇଲା ଏ ମେଡିସିନ?

ପ୍ରଥମେ ଜାଣନ୍ତୁ ଡୋଲୋ ୬୫୦ କ’ଣ ?

ଡୋଲୋ-୬୫୦ ହେଉଛି ଏକ ଔଷଧ କମ୍ପାନୀର ପ୍ରଡକ୍ଟର ନାଁ। ଏଥିରେ ରହିଛି ୬୫୦ ଏମ୍ଜି ପାରାସିଟାମଲ୍, ଆଣ୍ଟିପାଇରେଟିକ୍ ଓ ଆନାଲ୍ଜେସିକ୍ର ମିଶ୍ରିତ ଭାଗ। ଆଣ୍ଟିପାଇରେଟିକ୍ ଯାହା ଜ୍ବର କମ୍ କରିବାର ମେଡିସିନ୍ ଓ ଆନାଲଜେସିକ୍ ଯାହା ଆପଣଙ୍କ ଦରଜ ବିନ୍ଧାଛିଟିକାକୁ କମ୍ କରିଥାଏ। କରୋନା ମହାମାରୀର ଦ୍ବିତୀୟ ଲହରରେ ଆମେ ଅଧିକ ବ୍ୟବହାର କରିଥିଲେ ଏ ମେଡିସିନ୍।

କେମିତି ଫେମସ୍ ହେଲା ଡୋଲୋ-୬୫, କିଏ ଏହାକୁ ଲୋକପ୍ରିୟ କରାଇଲା?

ସବୁଠୁ ବଡ଼ କଥା ଡାକ୍ତରଙ୍କ ପ୍ରେସକ୍ରିପ୍ସନରେ ରହିଲା ଡୋଲର-୬୫୦। କରୋନା ମହାମାରୀ ଯେଉଁ ଲହରରେ ସବୁଠୁ ଅଧିକ କହର ରଚିଥିଲା ତାହା ହେଉଛି ଦ୍ବିତୀୟ ଲହର। ଆଉ ସେହି ଲହରରେ ଅଧିକାଂଶ ଡାକ୍ତର ଡୋଲୋ ଖାଇବା ପାଇଁ ପରାମର୍ଶ ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସୋସିଆଲ୍ ମିଡିଆରେ ସେତେବେଳେ ଘୁରି ବୁଲୁଥିଲା କରୋନା ମେଡିସିନର ପ୍ରେସକ୍ରିପସନ। ଯେହେତୁ ପ୍ରାୟ ଲୋକଙ୍କର ସମାନ ଲକ୍ଷଣ ପ୍ରକାଶ ପାଉଥିଲା ତେଣୁ ଡାକ୍ତରଙ୍କୁ ନଦେଖାଇ ବି ଲୋକ ଏହି ମେଡିସିନ ଖାଇଲେ ଓ ଉପଶମ ବି ପାଇଲେ। ତେଣୁ ଡେଲୋ ପ୍ରତି ଧୀରେ ଧୀରେ ଅଧିକ ବିଶ୍ବାସ ବଢ଼ିଲା। ଜ୍ବର ହେଉ କି ନହେଉ ଲୋକ ଏହାକୁ କିଣି ଆଗତୁରା ରଖିଲେ । ତେଣୁ ଡୋଲୋ ବନିଗଳା ଜ୍ବରର ଗୁରୁତ୍ବପୂର୍ଣ୍ଣ ମେଡିସିନ।

ଭାରତୀୟ ଫାର୍ମାସିଷ୍ଟ ଆସୋସିସନର ତଥ୍ୟ ବି ଡୋଲୋର ଲୋକପ୍ରିୟତା ନେଇ ଆଉ ଏକ କଥା ସାମ୍ନାକୁ ଆଣିଛି। ଆମେ ସାଧାରଣତଃ ଜ୍ବର ବିନ୍ଧା ଛିଟକା ଦେହଦରଜ ହେଲେ କ୍ରୋସିନ-୫୦୦, ପାରାସିଟାମଲ୍, କାଲପଲ୍, କିମ୍ବା ଡୋଲୋ ଖାଇଥାଉ।

କିନ୍ତୁ କରୋନା ସମୟରେ କ୍ରୋସିନର ସପ୍ଲାଏ ମାର୍କେଟ୍ର ଚାହିଦା ପୂରଣ କରିପାରୁନଥିଲା। ଆବଶ୍ୟକ ଅନୁସାରେ ମେଡିସିନ ବଜାରରେ ଉପଲବ୍ଧ ହେଉନଥିଲା। ତେଣୁ ଡାକ୍ତରଙ୍କ ଗହଣରେ ପ୍ରସିଦ୍ଧି ପାଇଗଲା ଡୋଲୋ-୬୫୦। ବର୍ତ୍ତମାନ ଟ୍ୱିଟରେ ଟ୍ରେଣ୍ଡ କରୁଛି ଡୋଲୋ-୬୫୦। କାରଣ ଲୋକଙ୍କ କହିବା ଅନୁସାରେ, ଡୋଲୋ-୬୫୦କୁ ସମସ୍ତେ ଚକୋଲେଟ ଭଳି ବ୍ୟବହାର କରିବାରେ ଲାଗିଛନ୍ତି।