Odisha Link
Bridging the Missing Links in Odisha

ରାଜ୍ୟରେ ଅସହ୍ୟ ତାତି: ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: କିଛି ଦିନର ଆଶ୍ବସ୍ତି ପରେ ପୁଣି ତାତିଲା ଓଡ଼ିଶା। ରାଜ୍ୟରେ ତାତି ବଢ଼ୁଥିବା ବେଳେ ସ୍କୁଲ ଛୁଟିକୁ ନେଇ ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏବେ ସ୍କୁଲ ସକାଳୁଆ ଥିବା ବେଳେ ଏସ୍‌ଓପି ବାହାରେ ନିଷ୍ପତ୍ତି ନେବାପାଇଁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି।ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ ବୋଲି ସୁରେଶ ପୂଜାରୀ କହିଛନ୍ତି।

ଯେଉଁ ଜାଗାରେ ନିର୍ଦ୍ଦିଷ୍ଟ ତାପମାତ୍ରାଠାରୁ ଅଧିକ ତାପମାତ୍ରା ବଢିବ, ସେଠାରେ ଜିଲ୍ଲାପାଳ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ। ଏହାସହ ସାରା ଓଡ଼ିଶାରେ ଗ୍ରୀଷ୍ମ ପରିସ୍ଥିତି ପାଇଁ ଖୁବଶୀଘ୍ର ସମୀକ୍ଷା ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା କରାଯିବ ଏବଂ ନିର୍ଦ୍ଦେଶାବଳୀ ଜାରି କରାଯିବ। ଏହାସହ ୨୦ଟି ଜିଲ୍ଲାରୁ ହିଟ୍‌ ଷ୍ଟ୍ରୋକ୍‌ ନେଇ ଅଭିଯୋଗ ଆସିଛି। ଏହାକୁ ନେଇ ସରକାର ସମସ୍ତ ବ୍ୟବସ୍ଥା କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।