ପହଲଗାମ୍ ଘଟଣା: ଆତଙ୍କୀ ମୂଷାକୁ ଧରିଲେ ମିଳିବ ୨୦ ଲକ୍ଷ ଟଙ୍କା

ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ଘନଘନ ବୈଠକ। ପହଲଗାମ୍ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କବାଦୀ ହାସିମ ମୂଷା ବିଷୟରେ ତଥ୍ୟ ମିଳିଥିବା ଜଣା ପଡିଛି। ୩ ଜଣ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ହାସିମ ମୂଷା। ମୂଷା ଦକ୍ଷିଣ କଶ୍ମୀର ଜଙ୍ଗଲରେ ଲୁଚିଥିବା ସନ୍ଦେହ କରାଯାଉଛି। ଭାରତରୁ ପାକିସ୍ତାନକୁ ଖସିଯିବାକୁ ଉଦ୍ୟମ କରୁଛି। ମୂଷାକୁ ଧରାଇବାକୁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। NIA ସୂତ୍ରରୁ ମୂଷା ସଂପର୍କରେ ବଡ଼ ତଥ୍ୟ ମିଳିଛି। ତେବେ କଶ୍ମୀରରେ ୬ ବଡ଼ ଆତଙ୍କବାଦୀ ଘଟଣାରେ ସାମିଲ ଥିବା ସୂଚନା ରହିଛି।