Odisha Link
Bridging the Missing Links in Odisha

‘ଭାରତ ଶାନ୍ତି ଚାହେଁ, ମାତ୍ର ଯୁଦ୍ଧ ହେଲେ ମାଟିରେ ମିଶାଇବୁ’

ଓଏଲ୍‌ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସରେ ପହଞ୍ଚି ଭାରତୀୟ ଯବାନଙ୍କୁ ଭେଟିଲେ। ଇଣ୍ଡିଆନ୍ ଏୟାରଫୋର୍ସର ବାୟୁବୀରଙ୍କ ସହ ସାକ୍ଷାତ କରି ଘଣ୍ଟାଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏୟାରବେସରେ ରହିଲେ। ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।

ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି, ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି। ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି। ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢ଼ି ପାଇଁ ଆଦର୍ଶ ବନିଛି। ସମସ୍ତ ୩ ବାହିନୀଙ୍କୁ ମୁଁ ସାଲୁଟ କରୁଛି। ଆତଙ୍କବାଦୀ ଆମ ମା, ଭଉଣୀଙ୍କ ସିନ୍ଦୁର ପୋଛି ଦେଲେ। ଆମେ ସେମାନଙ୍କ ଘରେ ପଶି ଖୋଜି ଖୋଜି ମାରିଲୁ। ୯ଟି ଆତଙ୍କୀ ଠିକଣାକୁ ଆମେ।

ଏଣିକି ସର୍ବଦା ଘରେ ପଶି ମାରିବୁ, ବଞ୍ଚିବାକୁ ଦେବୁନି। ମହାରାଣା ପ୍ରତାପଙ୍କ ପଂକ୍ତିଙ୍କୁ ଆଧାର କରି ନିଶାନା କଲେ। ଅପରେସନ ସିନ୍ଦୂର ଆମ ମନୋବଳ ବଢ଼ାଇଛି। ୨୦ରୁ ୨୫ ମିନିଟ୍‌ ଭିତରେ ସଠିକ ଟାର୍ଗେଟ୍‌ ନିଶ୍ଚିତ ବାହାଦୁରୀ। ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ୍‌ କରିପାରିଲେ। ଆତ୍ମରକ୍ଷା ବାଟ ନ ପାଇ ପାକିସ୍ତାନ ବେସାମରିକ ବିମାନ ଉଡ଼ାଇଲା। ଆପଣମାନେ ବେଶ୍‌ ସତର୍କତାର ସହ ଆତଙ୍କୀ ଠିକଣାରେ ପହଞ୍ଚିଲେ। ପାକିସ୍ତାନୀ ଡ୍ରୋନ,ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ୍‌ କରିପାରିନି।

କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି। ବାୟୁସେନା, ନୌସେନା, ସ୍ଥଳସେନା ମିଶିକି ସଫଳତା ପାଇଲେ। ୩ ସେନା ମଧ୍ୟରେ ସମନ୍ବୟ ଅଦ୍ଭୂତପୂର୍ବକ ଥିଲା। ଏହାର ଶ୍ରେୟ ଆପଣ ସମସ୍ତେ ପାଇବାକୁ ହକ୍‌ଦାର। ସୀମା ଜଗିଥିବା ସବୁ ଯବାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ଯିବ। ଆମକୁ ସର୍ବଦା ତୟାର ରହିବାକୁ ପଡ଼ିବ। ଭାରତ ଶନ୍ତି ଚାହେଁ, ମାତ୍ର ଯୁଦ୍ଧ ହେଲେ ମାଟିରେ ମିଶାଇବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।