Odisha Link
Bridging the Missing Links in Odisha

ଜୁଲାଇ ୧୫ରୁ ଯୁକ୍ତ ତିନି ପାଠପଢ଼ା, ସୂଚନା ଦେଲେ ଶିକ୍ଷାମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଅପେକ୍ଷାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ। ରେଜଲ୍ଟ ପ୍ରକାଶ ପାଇବା ଗୋଟେ ମାସ ପୂର୍ବରୁ ଯୁକ୍ତ ତିନି ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ମଇ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ବୋଲି ସ୍ଥିର ହୋଇଥିବାବେଳେ ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଜୁନ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଲା। ପ୍ରଥମ, ଦ୍ବିତୀୟ, ତୃତୀୟ ସିଲେକ୍ସନ ଡେଟ୍‌ଲାଇନ ପରେ ପ୍ରକାଶ ପାଇବ। ଯେଉଁମାନେ CAFରେ ଆବେଦନ କରିଛନ୍ତି, ମାର୍କସିଟ୍‌ ଅପଲୋଡ୍‌ କରିପାରିବେ।

ପ୍ରଥମ, ଦ୍ବିତୀୟ, ତୃତୀୟ ସିଲେକ୍ସନ ଡେଟ୍‌ଲାଇନ ପରେ ପ୍ରକାଶ ପାଇବା ପରେ ଆଡ଼ମିସନ ହେବ। ଜୁଲାଇ ୧୫ରୁ ଯୁକ୍ତ ତିନି ପାଠପଢ଼ା ଆରମ୍ଭ ହେବା ନେଇ ସ୍ଥିର ହୋଇଥିବା ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ଯେପର୍ଯ୍ୟନ୍ତ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇ ନାହିଁ ସେ ପର୍ଯ୍ୟନ୍ତ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ତାରିଖ ବଢ଼ାଯିବ। ଯୁକ୍ତଦୁଇ ଫଳ ପ୍ରକାଶ ପାଇବାର ୧୦ ଦିନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ଅପଲୋଡ ପାଇଁ ଅଧିକା ସମୟ ଦିଆଯିବ ବୋଲି ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।