Odisha Link
Bridging the Missing Links in Odisha

ରୋଚକ ହେଉଛି ସୋର ରାଜନୀତି; ବିଜେପି ପ୍ରାର୍ଥୀଙ୍କୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ

ଓଏଲ୍‌ ବ୍ୟୁରୋ: ସରଗରମ ରାଜ୍ୟ ରାଜନୀତି। ପର୍ଯ୍ୟାୟ କ୍ରମେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ନାମାଙ୍କନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି। ଏସବୁ ଭିତରେ ରୋଚକ ହେଉଛି ସୋର ରାଜନୀତି। କାହାକୁ ମିଳିଛି ବିଜେପି ଟିକେଟ। ପ୍ରଥମେ ରାଜୁ ଦାସଙ୍କ ଟିକେଟ ମିଳିଥିବା ଘୋଷଣା ହୋଇଥିଲା। ଏହାପରେ ଜୋରଦାର ପ୍ରଚାର ବି କରିଛନ୍ତି ରାଜୁ ଦାସ। ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିଜ ସମର୍ଥକଙ୍କ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଅପରପକ୍ଷରେ ରାଜୁ ଦାସଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ଉଠିଛି। ଏସବୁ ଭିତରେ ପର୍ଶୁରାମ ଧଡ଼ା ମଧ୍ୟ ନାମାଙ୍କନ ଦାଖଲ ପାଇଁ ନିଜ ସମର୍ଥକଙ୍କ ସହ ଯାଉଛନ୍ତି। ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପର୍ଶୁରାମ ଧଡ୍ଡା। ଶ୍ରୀ ଧଡ଼ା ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ସୋର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ଏକ ଘୋଷଣାନାମା ଭାଇରାଲ ହେଉଛି। ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।