Odisha Link
Bridging the Missing Links in Odisha

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ଠାକୁର

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ରଥଯାତ୍ରା ପାଇଁ ଚଳଚଂଚଳ ରଥଖଳା। ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ଆଗେଇ ଚାଲିଛି। ସେହିପରି ସାରଥୀ, ଘୋଡ଼ା ଏବଂ ତିନି ରଥର ବାହ୍ୟ ଅଂଶର ମଧ୍ଯ ରଙ୍ଗ କାର୍ଯ୍ୟ ଚାଲୁଅଛି। ଅନ୍ୟ ପକ୍ଷରେ ତିନି ରଥର ପାର୍ଶ୍ଵ ଦେବାଦେବୀ ସଂଯୋଗ ହେବା ସହ ୧୨ ଗୋଟି ଦୁଆର ବେଢ଼ାରେ କନା ପକା କାର୍ଯ୍ୟ ଶେଷ ହୋଇଛି।