ଖୋଲିଛି ହୀରାକୁଦ ଡ୍ୟାମ, ୨୦ଟି ଗେଟ୍ରେ ନିଷ୍କାସିତ ହେଉଛି ବନ୍ୟାଜଳ

ଓଏଲ୍ ବ୍ୟୁରୋ: ଗତକାଲି ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ସ୍ଲୁଇସ୍ ଗେଟ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବାବେଳେ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୮ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨,୫୭,୦୫୫ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୩,୪୭,୬୨୮ ଘନଫୁଟ୍ ଜଳ ନିଷ୍କାସିତ ହେଉଛି।
ଅନ୍ୟପଟେ, ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି। ଫଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଲକ୍ଷ ୯୪ ହଜାର ୧୧୨ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଛି। ଏହି ସମୟରେ ଜଳଭଣ୍ଡାରରୁ ୩୯,୫୧୨ କ୍ୟୁସେକ ଜଳ ନିଷ୍କାସନ ହେଉଛି। ହୀରାକୁଦର ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ ରହିଛି।