Odisha Link
Bridging the Missing Links in Odisha

‘ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଗଠନ ହେବ କମିଶନ’

ଓଏଲ୍‌ ବ୍ୟୁରୋ: ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଫଳରେ ସୋମବାର ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ବି ହୋଇନି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ମହାସୁଆର ଅଭିଯୋଗ କରିଛନ୍ତି। ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଅଛନ୍ତି ଲିଙ୍ଗରାଜ।

ଲିଙ୍ଗରାଜ ମନ୍ଦିରର ନୀତି ବିଭ୍ରାଟ ପାଇଁ ବୈଠକ ଶେଷ ହୋଇଥିବା ବେଳେ ସମାଧାନ ମିଳିନି। ସମାଧାନ ପାଇଁ ଆଇନମନ୍ତ୍ରୀଙ୍କ ଘରେ ବସିଥିଲା ବୈଠକ। ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ପରେ ନୀତିକାନ୍ତି ନିଷ୍ପତ୍ତି ହେବ ବୋଲି ଜଣା ପଡିଛି। ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଇନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ତର୍ଜମା ପରେ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ। ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ଆଲୋଚନା କରିବା ଆବଶ୍ୟକ। ଆଲୋଚନା ନକରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍ ନୁହେଁ। ତର୍ଜମା ପରେ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ରାଜନୀତିର ରୁଟି ସେକିବାକୁ ଆସୁଥିଲେ ବନ୍ଦ କରନ୍ତୁ। ସ୍ବତ୍ତଲିପି ନେଇ ଗଠନ ହେବ କମିଶନ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ହେବ କମିଶନ। ୨ ମାସ ଭିତରେ କମିଶନ ରିପୋର୍ଟ ଆଧାରରେ ସ୍ବତ୍ତଲିପି ପ୍ରସ୍ତୁତ ହେବ ବୋଲି ଆଇନ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।।

ସୂଚନା ଅନୁସାରେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ମଧ୍ୟ ବନ୍ଦ ରହିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ନୀତି ବିଭ୍ରାଟକୁ ନେଇ ହୋଇଥିବା ବୈଠକରେ ବାହାରିଲାନି ନିଷ୍କର୍ସ। ପ୍ରଶାସନ ସହିତ ୨ ନିଯୋଗଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଯାହାଫଳରେ ପବିତ୍ର ସଂକ୍ରାନ୍ତିରେ ମଧ୍ୟ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଯାହାଫଳରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ନୀତି ଅନୁସାରେ ପବିତ୍ର ପୁଷ୍ୟାଭିଷେକ ଅବସରରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ସୋମବାର ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି।