Odisha Link
Bridging the Missing Links in Odisha

ଉପରମୁହାଁ ପାରଦ: ୪୪ ଡିଗ୍ରୀ ଟପିଲା ଝାରସୁଗୁଡା ତାପମାତ୍ରା

ଓଏଲ୍‌ ବ୍ୟୁରୋ: କିଛି ଦିନର ଆଶ୍ବସ୍ତି ପରେ ତାତିଲା ଓଡ଼ିଶା। ୪୪ ଡିଗ୍ରୀ ଟପିଲା ଝାରସୁଗୁଡାର ତାପମାତ୍ରା। ଆଜି ଦିନ ୨.୩୦ ସୁଦ୍ଧା ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮ ଡିଗ୍ରୀ, ରାଉରକେଲାରେ ୪୧.୨, କେନ୍ଦୁଝରରେ ୩୭.୮ ଡିଗ୍ରୀ, ଝାରସୁଗୁଡାରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ୪୧ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି। ହୀରାକୁଦରେ ୩୮.୪ ଡିଗ୍ରୀ, ସମ୍ବଲପୁରରେ ୩୮.୨ ଡିଗ୍ରୀ, ରାଉରକେଲାରେ ୩୮ ଡିଗ୍ରୀ, ଭୁବନେଶ୍ବରରେ ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି।