Odisha Link
Bridging the Missing Links in Odisha

ପ୍ରବଳ ବର୍ଷା ହେବାର ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ବଦଳିଲା ପାଗ। ଅସହ୍ୟ ତାତି ଭିତରେ ଆଗାମୀ ୩ଘଣ୍ଟା ପାଇଁ ବର୍ଷା ଆଲର୍ଟ ଜାରି ହୋଇଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୩୦ରୁ ୪୦କିମି ଝଟ୍‌କା ପବନ ନେଇ ଆଲର୍ଟ ଜାରି କରାଯାଇଛି। ଅନୁଗୁଳ, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ମାଲକାନଗିରି, ନବରଙ୍ଗୁପୁରକୁ ବର୍ଷା ନେଇ ସତର୍କ କରାଯାଇଛି।