ରାଜ୍ୟରେ ୫’T’ ଚାଲିନି, ଚାଲିଛି ୩’M’: ପିଙ୍କି

ବ୍ରହ୍ମପୁର: ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଅପରପକ୍ଷେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ରାସ୍ତାକୁ ଓହଲାଇଛି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ନେଇ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ କରିଥିଲା
କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ଏହି ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ପିଙ୍କି 5’T’କୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ୫’T ଚଲାଇଛନ୍ତି। କିନ୍ତୁ ସେହି ୫’Tପ୍ରହସନ ପାଲଟିଛି।
ଏହି ସରକାରରେ କେବଳ ୩’M’ର ଚାଲିଛି ବୋଲି ପିଙ୍କି କଟାକ୍ଷ କରିଛନ୍ତି। ୩’M’ର ଅର୍ଥ ମାନେ ମଦ, ମାଂସ ଓ ମାଫିଆ ବୋଲି କହିଛନ୍ତି ପିଙ୍କି। ସେ କହିଛନ୍ତି ଯେ, ଏ ସରକାର ହେଉଛି ମହିଳା ବିରୋଧୀ ସରକାର। ଏହି ସରକାର ମୋ ସରକାର କହୁଛି, ମୋ ପରିବାର କଥା କହୁଛନ୍ତି, ମୋ ପୁଲିସ କହୁଛି, ସବୁ କିଛି ମୋର କହୁଛି। କିନ୍ତୁ ଯେତେବେଳେ ମହିଳାଙ୍କ କଥା ଆସୁଛି ସେତେବଳେ ସରକାରଙ୍କ ମୋ ଇଜତ୍ ବୋଲି କହୁନାହାନ୍ତି। ନାରୀ ସଶକ୍ତିକରଣ କଥା କହୁହାଯାଉଛି। ହେଲେ ଯାଜପୁର, କେନ୍ଦ୍ରାପଡ଼ାରେ କ’ଣ ଘଟିଲା ତାହା ଓଡ଼ିଶାବାସୀ ଜାଣୁଛନ୍ତି। ଏଠି ମହିଳାମାନେ ନ୍ୟାୟ ପାଉନାହାନ୍ତି ବୋଲି ସେ କହିଛନ୍ତି।