ଅଗ୍ନିଶମ ବିଭାଗରେ ଅଦଳବଦଳ

ଭୁବନେଶ୍ବର: ପୋଲିସ୍ ବିଭାଗ ପରେ ଆଜି ଅଗ୍ନିଶମ ବିଭାଗରେ ହୋଇଛି ବଡ଼ ଧରଣର ଅଦଳବଦଳ। ମହେଶ୍ବର ସ୍ବାଇଁଙ୍କଠାରୁ ଚିଫ୍ ଫାୟାର ଅଫିସର ଦାୟିତ୍ବ ଅପସାରଣ କରିଛନ୍ତି ରାଜ୍ୟ ସରକାର। ସୁକାନ୍ତ ସେଠୀଙ୍କୁ ଚିଫ୍ ଫାୟାର ଅଫଇସର(ଫାୟାର ପ୍ରଭେନସନ) ଦାୟିତ୍ବ ମିଳିଛି। ସେହିପରି ଅରୁଣ ଷଡ଼ଙ୍ଗୀଙ୍କୁ କଳାହାଣ୍ଡି ଜିଲ୍ଲା ଅଗ୍ନିଶମ ଅଧିକାରୀ ଦାୟିତ୍ବ। ସଲିଲ ପ୍ରକାଶ କିଣ୍ଡୋ ହେଲେ ଅଗ୍ନିଶମ ନିର୍ଦ୍ଦେଶାଳୟ ଡିଏଫ୍ଓ ଦାୟିତ୍ବ।