Odisha Link
Bridging the Missing Links in Odisha

ବିଜେପି ସାଂସଦ ପ୍ରଜ୍ଞା ଆତଙ୍କବାଦୀ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଆତଙ୍କବାଦୀ ବୋଲି କହି ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, “ସିଏ ଯାହା ବି କହିଲେ ସେକଥା ବିଜେପି ଓ ଆରଏସଏସର ହୃଦୟରେ ରହିଛି। ମୁଁ ବା କ’ଣ କହିବି? ଏହା କେବେ ବି ଲୁଚି ପାରିବ ନାହିଁ। ସେ ଭଳି ଜଣେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ଦାବି କରି ମୁଁ ମୋର ସମୟ ନଷ୍ଟ କରିବାକୁ ଚାହୁଁନାହିଁ।”

ଏହାପରେ ରାହୁଲ ଟ୍ୱିଟ ଯୋଗେ ପ୍ରଜ୍ଞା ଠାକୁରଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଆତଙ୍କବାଦୀ ପ୍ରଜ୍ଞା ଆତଙ୍କବାଦୀ ଗଡସେକୁ ଦେଶଭକ୍ତ ବୋଲି କହିଛନ୍ତି। ଭାରତୀୟ ସମ୍ବିଧାନ ପାଇଁ ଆଜିର ଦିନ କଳାଦିସବ।”

Comments are closed.