Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ମହା ରାଜନୀତିର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ। ଆଜି ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ମୁମ୍ବାଇ ଶିବାଜୀ ପାର୍କରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ।

ଠାକରେ ପରିବାରର ପ୍ରଥମ ବ୍ୟକ୍ତିଭାବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରୋଚକ କଥା ହେଉଛି କଂଗ୍ରେସ ଓ ଏନସିପି ସହ ହାତମିଳାଇ ଧର୍ମନିରପେକ୍ଷତା ଉପରେ ଗୁରତ୍ୱ ଦେବାକୁ ଉଦ୍ଧବ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର, ଉଦ୍ଧବଙ୍କ କକା ପୁଅ ଭାଇ ରାଜ ଠାକରେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ମୁକେଶ ଓ ନିତା ଅମ୍ବାନି ପ୍ରମୁଖ ଯୋଗ ଦେଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗ ଦେଇନଥିଲେ।

Comments are closed.