Odisha Link
Bridging the Missing Links in Odisha

ଜାଣନ୍ତୁ କାହା ସହ କାମ କରିବେ ତାପସି

ମୁମ୍ବାଇ : ବଲିଉଡ଼ରେ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଅନେକ ଅଭିନେତା ଓ ଅଭିନେତ୍ରୀ ପସନ୍ଦ କରିଥାନ୍ତି । ଏବେ ସେ ଅଭିନେତ୍ରୀ ତାପସୀଙ୍କୁ ତାଙ୍କ ସିନେମାରେ ଅଭିନୟ କରିବାପାଇଁ ଅଫର୍ ଦିଆଯାଇଛି । ତାପସିଙ୍କ ସିନମା ‘ବଦ୍‌ଲା’ ,‘ପିଙ୍କ୍’, ‘ମୁଲ୍କ’, ‘ମିଶନ୍ ମଙ୍ଗଲ୍’ ଓ ‘ଷାଣ୍ଡ କି ଆଖଁ’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ହୋଇଥିଲା ।

ଭଂଶାଲୀଙ୍କ ପ୍ରଡକ୍ସନ୍ସର ଅପ୍‌କମିଂ ସିନେମା ‘ସିୟା ଜିୟା’ରେ ତାପସୀ ଲିଡ୍‌ ରୋଲ୍‌ରେ ଅଭିନୟ କରିପାରନ୍ତି। ଏହି ସିନେମାରେ ତାପସୀ ଡବଲ୍‌ ରୋଲ୍‌ରେ ବି ନଜର ଆସିପାରନ୍ତି। ଏ ପର୍ଯ୍ୟନ୍ତ ସିନେମାର ନିର୍ଦ୍ଦେଶନା କିଏ ଦେବେ, ତାହା ସ୍ଥିର ହୋଇନାହିଁ। ତେବେ ସିନେମାର ସ୍କ୍ରିପ୍ଟ ଫାଇନାଲ୍‌ ହୋଇସାରିଛି। ସିନେମାର ଶୁଟିଂ ଆସନ୍ତା ବର୍ଷରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏଯାଏ ଏହିସିନେମାକୁ ନେଇ ନିର୍ମାତା କିଛି ଘୋଷଣା କରିନାହାନ୍ତି।

୨୦୧୯ ବର୍ଷଟି ତାପସୀଙ୍କ ପାଇଁ ବେଶ୍ ଲକି ସାବ୍ୟସ୍ତ ହୋଇଛି। ଚଳିତ ବର୍ଷ ତାଙ୍କର ୪ଟି ସିନେମା ରିଲିଜ୍‌ ହୋଇଛି ଓ ସବୁ ହିଟ୍‌ ହୋଇଛି। ଏଥିରେ ‘ବଦ୍‌ଲା’, ‘ମୁଲ୍କ’, ‘ମିଶନ୍ ମଙ୍ଗଲ’ ଓ ‘ଷାଣ୍ଡ କି ଆଖଁ’ ପରି ସିନେମା ସାମିଲ୍‌ ଅଛି। ବର୍ତ୍ତମାନ ସେ ଅନୁଭବ ସିହ୍ନାଙ୍କ ସିନେମା ‘ଥପଡ଼’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିନେମାଟି ୨୦୨୦ ଅନ୍ତର୍ଜାତୀୟ ମହିଳା ଦିବସରେ ରିଲିଜ୍‌ ହେବ।