ଧୋନିଙ୍କୁ ନେଇ ଏପରି କହିଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସୁରେଶ ରାଇନା। ରାଇନା ଧୋନିଙ୍କ ଖେଳକୁ ନେଇ କହିଛନ୍ତି ଯେ, “ମୁଁ ଚାହେଁ ଯେ ଧୋନି ଭାରତ ପକ୍ଷରୁ ଖେଳିବା ଜାରି ରଖନ୍ତୁ। ବର୍ତ୍ତମାନ ଧୋନି ଫିଟ୍ ଲାଗୁଛନ୍ତି ଏବଂ ଜୋରଦାର ଟ୍ରେନିଂ ମଧ୍ୟ କରୁଛନ୍ତି। ମୋତେ ଲାଗୁଛି ଯେ ଏବେବି ଭାରତୀୟ ଦଳକୁ ଧୋନିଙ୍କର ଆବଶ୍ୟକତା ରହିଛି।
ତେବେ ତାଙ୍କ ସମ୍ବନ୍ଧରେ ଶେଷ ନିଷ୍ପତ୍ତି ବିରାଟ୍ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟକୁ ନେବାକୁ ପଡ଼ିବ। ଧୋନି ବର୍ତ୍ତମାନ ନିଜ ପରିବାର ସହ ସମୟ ବିତାଉଛନ୍ତି। ଯଦି ଧୋନି ସନ୍ନ୍ୟାସ ନେବେ, ତାହେଲେ ବିନା କୌଣସି ଚାପରେ ଏହି ନିଷ୍ପତ୍ତି ନେବେ। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ଚଳିତ ସିଜନର ଟ୍ରେନିଂ ପାଇଁ ଧୋନି ମାର୍ଚ୍ଚ ପ୍ରଥମ ସପ୍ତାହରେ ଚେନ୍ନାଇ ପହଞ୍ଚିଯିବେ। ”