ଚୀନରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଚୀନରେ ଭୂକମ୍ପ ଝଟକା। ଆଜି ଦକ୍ଷିଣ-ପଶ୍ଚିମ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମାଚାର ଏଜେନ୍ସି ସୂଚନା ମୁତାବକ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା। ଭୂକମ୍ପ କେନ୍ଦ୍ରସ୍ଥଳରୁ ୩୮ କିମି ଦୂରରେ ଥିବା ଚେଙ୍ଗଡୁ ଅଞ୍ଚଳରେ ଅଧିକ ମାତ୍ରାରେ ଝଟକା ଅନୁଭୂତ ହୋଇଛି ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ଏହି ଭୂକମ୍ପରେ କାହାର ପ୍ରାଣହାନି ଘଟିଥିବା ସୂଚନା ମିଳିନାହିଁ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଭୂକମ୍ପର ଝଟକା ପ୍ରାୟ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଚୀନ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୧୫୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୩୪ଟି ଗାଡି ନିୟୋଜିତ ହୋଇଛି।