Odisha Link
Bridging the Missing Links in Odisha

ହସ୍ପିଟାଲରେ ରିଷି କପୁର !

ମୁମ୍ବାଇ : ବଲିଉଡର ଅଭିନେତା ଋଷି କପୁର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ତେଣୁ ତାଙ୍କୁ ଦିଲ୍ଲୀସ୍ଥିତ ଏକ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଋଷିଙ୍କ ସହିତ ପତ୍ନୀ ନିତୁ ସିଂହ, ପୁଅ ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ , ଋଷି କପୁରଙ୍କୁ ଇନ୍‌ଫେକ୍‌ସନ୍‌ କାରଣରୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ନେଇ ଋଷି କହନ୍ତି, ‘ମୋର ଇନ୍‌ଫେକ୍‌ସନ୍‌ ହୋଇଛି। ଯାହାର ଚିକିତ୍ସା ଚାଲିଛି। କିଛି ଚିନ୍ତା କରିବାର କାରଣ ନାହିଁ। ମୋତେ ଲାଗୁଛି କି ପ୍ରଦୂଷଣ କାରଣରୁ ହଠାତ ଏପରି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି ।’

ଋଷି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ସେ ଅରମାନ ଜୈନଙ୍କର ହୋଇଥିବା ମେହେନ୍ଦୀ ସେରେମନିରେ ଅନୁପସ୍ଥିତି ଥିଲେ । ତାଙ୍କ ସହ ହିତ ତାଙ୍କର ପତ୍ନୀ ନିତୁ ସିଂହ, ପୁଅ ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଥିଲେ ।

Comments are closed.