Odisha Link
Bridging the Missing Links in Odisha

ବିଗ୍ ବସ୍ ୧୩ ପରେ ଏକାଠି କାମ କରିବେ ସିଡ୍‌ନାଜ୍‌ !

ମୁମ୍ବାଇ : ଟେଲି ରିଆଲିଟି ଶୋ ବିଗବସ ୧୩ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଫାଇନାଲ୍‌ ଏପିସୋଡ୍ ମଧ୍ୟ ପାଖେଇ ଆସିଲାଣି । ସମସ୍ତ ପ୍ରତିଯୋଗି ପରସ୍ପରକୁ କଡ଼ା ଟକ୍କର ଦେବାର ନଜରେ ମଧ୍ୟ ଆସିଛନ୍ତି ।

ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ ‘ବିଗ୍‌ ବସ୍‌ ୧୩’ର ଗ୍ରାଣ୍ଡ ଫିନାଲେ କରିବାକୁ ନିଷ୍ପତ୍ତି ହୋଇଛି। କୁହାଯାଉଛି, ଏଥର ଫିନାଲେ ରେସ୍‌ରେ ଟପ୍‌ ୩ ବଦଳରେ ଟପ୍‌ ଫାଇଭ୍ ସାମିଲ୍‌ ହେବେ। ସେହିପରି ସବୁଥର ଅପେକ୍ଷା ଏଥରର ଫିନାଲେ ବହୁ ଆଡ଼ମ୍ବରେ କରାଯିବ। ଏଥିପାଇଁ ଏକ ବଡ଼ ଷ୍ଟେଜ୍‌ର ମଧ୍ୟ ଆୟୋଜନ କରାଯାଉଛି। ଗ୍ରାଣ୍ଡ ଫିନାଲେ ପାଇଁ ପାଖାପାଖି ୧୦ ରୁ ୧୨ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି।

ତେବେ ସମସ୍ତ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଦର୍ଶକ ଦୁଇ ଯୋଡ଼ିଙ୍କୁ ବେଶ ପସନ୍ଦ କରୁଛନ୍ତି । ସେମାନେ ହେଲେ ଶେହନାଜ୍‌ ଗିଲ୍‌ଙ୍କ କ୍ୟୁଟ୍‌ନେସ୍‌ ଓ ଆଙ୍ଗ୍ରି ୟଙ୍ଗ ମ୍ୟାନ୍ ସିଦ୍ଧାର୍ଥ । ଅନେକ ସମୟରେ ଏହି ଦୁଇ ଲଭ୍‌ବର୍ଡ୍ସଙ୍କ ନାଁ ସୋଶାଲ୍‌ ମିଡିଆରେ #sidnaaz ନାଁରେ ଟ୍ରେଣ୍ଡ କରେ । ବିଗ୍ ବସ୍ ପରେ ଦୁହିଁଙ୍କୁ ଦର୍ଶକ ଅନ୍ୟ ଏକ ଶୋରେ ଦେଖିବାକୁ ପାଇବେ ।

ସୂଚନା ଅନୁସାରେ ସନା ଓ ସିଦ୍ଧାର୍ଥ କଲର୍ସ ଟିଭିର ଅନ୍ୟ ଏକ ଶୋ’ରେ ନଜର ଆସିପାରନ୍ତି । ଚ୍ୟାନେଲ୍‌ ତାଙ୍କ ସହ ଆଉ ଏକ ଶୋ’ କରିବା ପାଇଁ ଯୋଜନା କରୁଛି। ଏହି ଶୋ’ର ନାଁ ‘ଶେହନାଜ୍‌ ଗିଲ୍‌ କୀ ଶାଦୀ’ ହୋଇପାରେ। ଏଥିରେ ସନାଙ୍କ ସ୍ୱୟଂବର କରାଯିବ, ଯେଉଁଥିରେ ସେ କନିଆ ସାଜି ନିଜ ପାଇଁ ବର ଖୋଜିବେ। ହେଲେ ଏଥିରେ ରହିବ ଏକ ବଡ଼ ଟ୍ୱିଷ୍ଟ। ଶୋ’ରେ ସିଦ୍ଧାର୍ଥ ବର ନୁହେଁ, ହୋଷ୍ଟ ରହିବେ। ସେ ସନାଙ୍କୁ ତାଙ୍କ ବର ଖୋଜିବାରେ ସାହାଯ୍ୟ କରିବେ। ନିର୍ମାତାଙ୍କ ସୂତ୍ରରୁ ମିଳିଥିବା ଅନୁଯାୟୀ ଏହା ଏକଦମ୍‌ ଏକ ହଟ୍‌କେ ଶୋ’ ହେବ। ଦର୍ଶକ ଏହାକୁ ନିହାତି ପସନ୍ଦ କରିବେ ବୋଲି ସେମାନେ ଆଶା ରଖିଛନ୍ତି ।