Odisha Link
Bridging the Missing Links in Odisha

ଫାଶିକୁ ନେଇ ଆଶାବାଦୀ : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ଫାଶି ପାଇଁ ଆଜି ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ଫାଶି ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି ପାଟିଆଲା ହାଉସ୍‌ କୋର୍ଟ। ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରିକୁ ନେଇ ନିର୍ଭୟା ମା କହିଛନ୍ତି ଯେ, ମାର୍ଚ୍ଚ ୩ରେ ଫାଶି ଦିଆଯିବା ନେଇ ମୁଁ ଆଶାବାଦୀ। ଏଥର ନିଶ୍ଚିତ ଫାଶି ଦିଆଯିବ ବୋଲି ମୁ ଆଶାବାଦୀ ଅଛି। ଏଥିସହ ନିର୍ଭୟାଙ୍କ ବାପା ମଧ୍ୟ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରିକୁ ନେଇ ଖୁସି ପ୍ରକଟ କରିଛନ୍ତି।

ଫାଶି ପାଇଁ ଦିଲ୍ଲୀ ପାତିଆଲା ହାଉସ୍‌ କୋର୍ଟର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଅଦାଲତ ୨ ଥର ଲେଖାଏଁ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି । ପ୍ରଥମେ ୭ ଜାନୁଆରୀ ଓ ପରେ ୨୨ ଜାନୁଆରୀରେ ଫାଶୀ ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରୀ କରାଯାଇଥିଲା। ମାତ୍ର ବିଭିନ୍ନ ଆଇନଗତ କାରଣରୁ ପୁଣି ଏହା ଉପରେ ରୋକ ଲଗାଯାଇଥିଲା।

Comments are closed.