ପୋଲରେ ପିଟିହେଲା ବାଇକ୍; ଜଣେ ମୃତ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ନାରାୟଣପୁର ନିକଟସ୍ତ ରାସ୍ତାର ଏକ ପୋଲରେ ବାଇକ୍ ପିଟି ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଆମ୍ବ ଗାଁର ପିତର ନାୟକ। ଗୁରୁତର ଜଣଙ୍କ ହେଲେ କାଲେମା ଗାଁର ଧର୍ମେନ୍ଦ୍ର ନାୟକ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ବାଇକରେ ୩ଜଣ କାଲେମା ଗାଁରୁ ଅଡବା ଆସୁଥିଲେ। ନାରାୟଣପୁର ଗାଁ ରାସ୍ତାରେ ଥିବା ଏକ ପୋଲକୁ ପିଟି ହୋଇଥିଲା ବାଇକ୍। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ପିତରଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି। ବାଇକରେ ଥିବା ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ କରୁଛି।
Comments are closed.