ଦିଲ୍ଲୀ ହିଂସା: କଂଗ୍ରେସକୁ ଟାର୍ଗେଟ କଲା ବିଜେପି, କହିଲା କଂଗ୍ରେସ ହିଂସାକୁ ଉସକାଉଛି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ରାଜନୀତି ଥମିବାର ନାହିଁ। ଦିଲ୍ଲୀ ହିଂସାକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଳୀ ହିଂସା ପାଇଁ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ଅପରପକ୍ଷେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଦିଲ୍ଲୀ ଦୁଇ ଦିନ ହେବ ଶାନ୍ତ ରହିଛି। ହିଂସା ଘଟଣାରେ ଗିରଫ ସଂଖ୍ୟା ବଢ଼ୁଛି। ଯିଏ ବି ହିଂସାରେ ସାମିଲ୍ ଥିବ ସେ ଗିରଫ ହେବ। ଏଥିସହିତ ସେ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୃତକଙ୍କ ନାଁ ଓ ଧର୍ମ ଜାଣିଶୁଣି କହୁଛନ୍ତି।
ଆହୁରି ସେ କହିଛନ୍ତି ଯେ, କଂଗ୍ରେସ ନେତା ରାମଲୀଳା ମଇଦାନରେ ରାଲି କରି ଲୋକଙ୍କୁ ଉସକାଇଛନ୍ତି। ସୋନିଆ ଗାନ୍ଧୀ ନିଜେ କହିଥିଲେ ଲଢ଼େଇ ଏଥର ଆର୍-ପାର୍ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ମନ୍ତବ୍ୟକୁ ଉଦ୍ଧାର କରି ଜାଭଡେକର କହିଛନ୍ତି, ‘୧୯୮୪ରେ ରାଜୀବ ଗାନ୍ଧୀ କହିଥିଲେ, ଯେତେବେଳେ ବଡ଼ ଗଛ ତଳେ ପଡ଼ିବ, ସେତେବେଳେ ମାଟି ଥରେ’।
14 दिसंबर को रामलीला मैदान में सोनिया जी ने कहा कि ये आर-पार की लड़ाई है, फैसला लेना पड़ेगा इस पार या उस पार।
प्रियंका ने कहा कि लाखों को बंदी बनाया जायेगा, जो नहीं लड़ेगा वो कायर कहलाएगा।
राहुल गांधी ने कहा कि आप डरो मत कांग्रेस आपके साथ है: श्री @PrakashJavdekar pic.twitter.com/R3eKRbcFf1
— BJP (@BJP4India) February 27, 2020
ଆମ୍ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କ ଘରୁ ପେଟ୍ରୋଲ ବୋମା, ପଥର ମିଳିବାକୁ ନେଇ ଜାଭଡେକର କହିଛନ୍ତି, ତାହିରଙ୍କ ଘରେ ଦଙ୍ଗା ପାଇଁ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଧରାପଡ଼ିଛି। ଏହି ଲୋକମାନେ ଜିନ୍ନାଙ୍କ ଭଳି ସ୍ୱାଧୀନତା ପାଇଁ ଦାବି କରୁଥିଲେ, ୧୦୦ କୋଟିଙ୍କ ଉପରେ ୧୫ କୋଟି ଭାରି ପଡ଼ିବ, ଆସାମକୁ ଭାରତରୁ ଅଲଗା କରିବାକୁ ହେବ ବୋଲି ଉସକେଇବା ଭଳି ଉଦବୋଧନ ଦେଉଥିଲେ। ପୁଲିସ ଉପରେ ଆକ୍ରମଣ ହୋଇଛି, ଆପ୍ ନେତାଙ୍କ ଘରୁ ବୋମା ମିଳୁଛି ହେଲେ କଂଗ୍ରେସ ଏବଂ ଆପ୍ କାହିଁକି ନିରବ ବୋଲି ଜାଭଡେକର କହିଛନ୍ତି।