ଶ୍ରୀମନ୍ଦିର ଭିତରରେ ପାନ ପିକ ପକାଇଲେ ଦେବାକୁ ପଡ଼ିବ ଜରିମାନା

ପୁରୀ : ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମହାପ୍ରସାଦ କିପରି ଶୀଘ୍ର ବାହାରିବ ସେ ନେଇ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା କରାଯାଇଛି ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ଏହାସହ ଏପ୍ରିଲ ୧ରୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ବୋଲି ମଧ୍ୟ ସ୍ଥିର ହୋଇଛି ।
ଏହି ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି ଉପରେ ଆଲୋଚନା କରାଯାଇଛି। ଏଥିସହ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂହ, ଏସ୍ପିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।