ପୁଣି ଖାକିରେ କଳଙ୍କ!

ଭୁବନେଶ୍ବର: ଜଣେ ହାବିଲଦାରଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ହାବିଲଦାରଙ୍କ ନାଁରେ ଏହି ଅଭିଯୋଗ ଆସିଛି। ସମ୍ପକୀୟ ଝିଆରୀଙ୍କୁ ହାବିଲଦାର ପିଉସା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଝିଆରୀ ଜଣକ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ହେବା ପରେ ଅଭିଯୁକ୍ତ ହାବିଲଦାର ଜଣକ ଫେରାର ଥିବା ଜଣାଯାଇଛି।