Odisha Link
Bridging the Missing Links in Odisha

ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କୁ ବି କରୋନା

ମୁମ୍ବାଇ: ପ୍ରଥମେ ଅମିତାଭ ବଚ୍ଚନ, ପରେ ପରେ ପୁଅ ଅଭିଷେକ ବଚ୍ଚନ କୋାଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଗୋଟିଏ ଦିନର ଅନ୍ତରରେ ଆଜି ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟାଙ୍କର ନମୁନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ମାତ୍ର ୧୮ ଘଣ୍ଟାର ବ୍ୟବଧାନରେ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

ଗତକାଲି ସଂଧ୍ୟାରେ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଅମିତାଭଙ୍କୁ ନାନାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାତିରେ ଅଭିଷକଙ୍କର ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲ ନିଆଯାଇଥିଲା। ସେମାନଙ୍କ ସମସ୍ତ ପରିବାର ସଦସ୍ୟ ଓ କର୍ମଚାରୀଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।

ଆଜି ଐଶ୍ବର୍ଯ୍ୟା ରାୟ ଓ ତାଙ୍କର ଝିଅ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି।

Comments are closed.