ଭଲ ଖବର: ରାଜ୍ୟରେ ୧୭ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୫୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭୩୭୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୬୦, ଖୋର୍ଦ୍ଧା ଜିଲ୍ଲାର ୭୭, ଗଜପତି ଜିଲ୍ଲାର ୪୩, କଟକ ଜିଲ୍ଲାର ୩୪, ମାଲକାନଗିରି ଜିଲ୍ଲାରେ ୩୨, ବରଗଡ଼ ଜିଲ୍ଲାର ୨୫, ଭଦ୍ରକ ଜିଲ୍ଲାର ୨୩, କେନ୍ଦୁଝର ଜିଲ୍ଲାର ୧୯, ଅନୁଗୁଳ ଜିଲ୍ଲାର ୧୭, କନ୍ଧମାଳ ଜିଲ୍ଲାରେ ୧୭, ଜଗତସିଂହପୁର ଜିଲ୍ଲାର ୧୪, ସମ୍ବଲପୁର ଜିଲ୍ଲାର ୧୪, ମୟୁରଭଞ୍ଜ ଜିଲ୍ଲାର ୧୨, ରାୟଗଡା ଜିଲ୍ଲା ର ୧୨, ସୁନ୍ଦରଗଡ ଜିଲ୍ଲାରେ ୧୨, ବାଲେଶ୍ୱର ଜିଲ୍ଲାରୁ ୧୦, ଝାରସୁଗୁଡା ଜିଲ୍ଲାରୁ ୯, କେନ୍ଦ୍ରାପଡା ଜିଲ୍ଲାର ୯, ପୁରୀ ଜିଲ୍ଲାର ୯, ଢେଙ୍କାନାଳ ଜିଲ୍ଲାର ୮, ଯାଜପୁର ଜିଲ୍ଲାର ୭, ବଲାଙ୍ଗୀର ଜିଲ୍ଲାର ୬, ବୌଦ୍ଧ ଜିଲ୍ଲାର ୫, ଦେବଗଡ଼ ଜିଲ୍ଲାର ୩, ନବରଙ୍ଗପୁର ଜିଲ୍ଲାରୁ ୨, କୋରାପୁଟ ଓ ନୟାଗଡ଼ ଜିଲ୍ଲା ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।