ଜେରା ସମୟରେ ଆତ୍ମ-ଅପରାଧୀ ସ୍ୱୀକାର କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା : ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଏନ୍ସିବି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗରିଫ କରିଛି। ଗରିଫ ପରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ କରିଛନ୍ତି ରିୟା। ରିୟାଙ୍କ ଓକିଲ ସତୀଶ ମନେଶିନ୍ଦ ଦାଖଲ କରିଥିବା ଜାମିନ ଆବେଦନରେ ଅଭିନେତ୍ରୀ ରିୟା ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି।
ଜାମିନ ଆବେଦନ ପିଟିସନ୍ରେ ରିୟା କହିଛନ୍ତି ଯେ, ସେ କୌଣସି ଅପରାଧ କରିନାହାଁନ୍ତି। ଏହି ମାଲାରେ ତାଙ୍କୁ ଫସେଇ ଦିଆଯାଇଛି। ଏନ୍ସିବିର ଜେରା ସମୟରେ ଆତ୍ମ-ଅପରାଧୀ ସ୍ୱୀକାର କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ଏଥିସହ ଏନ୍ସିବିର ଜେରା ସମୟରେ କୌଣସି ମହିଳା ଅଧିକାରୀ ନଥିଲେ। ବିନା କାରଣରେ ତାଙ୍କୁ ଗିରଫ କରାଯାଇଛି।