ସନ୍ଧ୍ୟା ୭ଟା ସୁଦ୍ଧା ଡିସିପିଙ୍କୁ ମୂର୍ତ୍ତିର ଉଚ୍ଚତା ଜଣାଇବେ ପୂଜା କମିଟି

କଟକ: ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମାଲରେ ମୂର୍ତ୍ତି ତିଆରିର ସ୍ଥିତି ଜଣାଇବାକୁ ପୂଜା କମିଟିଗୁଡ଼ିକୁ ହୋଇକୋର୍ଟ ନିର୍ଦେଶ ଦେଇଛନ୍ତି। ମୂର୍ତ୍ତି ତିଆରିର ସ୍ଥିତି ଅନୁସାରେ ମୂର୍ତ୍ତିର ଉଚ୍ଚତାକୁ ଅନୁମତି ମିଳିବ। ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପୂଜା କମିଟିମାନେ ମୂର୍ତ୍ତିର ଉଚ୍ଚତା ବିଷୟରେ ଜଣାଇବେ।
ପୂଜା କମିଟି ଡିସିପିଙ୍କୁ ଜଣାଇବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଟିମ୍ ଯାଇ ମଣ୍ଡପରେ ମୂର୍ତ୍ତିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବ। ଏହା ପରେ ଯାଇ ସମ୍ପୃକ୍ତ ପୂଜା କମିଟିକୁ ଆବଶ୍ୟକ ଅନୁମତି ପ୍ରଦାନ କରି ପୋଲିସ । ତେବେ, ଅନ୍ୟ ସମସ୍ତ କୋବିଡ୍ ଗାଇଡଲାଇନକୁ ମଣ୍ଡପରେ କଡ଼ାକଡ଼ି ପାଳନ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।