ଦୁବାଇକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଉଡ଼ାଣ ୧୫ଦିନ ବାତିଲ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଡ଼ାଣକୁ ୧୫ଦିନ ବାତିଲ କଲା ଦୁବାଇ ବିମାନବନ୍ଦର। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ରୋଗୀଙ୍କୁ ଦୁବାଇକୁ ପଠାଇଥିବାରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସେବାକୁ ୧୫ଦିନ ପାଇଁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି ଦୁବାଇ। ଦୁବାଇ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଆଜିଠାରୁ ଆରମ୍ଭ କରି ୧୫ଦିନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ବାରଣ କରିଛି। ଫଳରେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଦୁବାଇ ବିମାନ ବନ୍ଦରକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାଇ ପାରିବ ନାହିଁ।
୧୫ଦିନ ସେବା ସ୍ଥଗିତ ରଖିବା ସହ ଦୁବାଇକୁ ପଠାଯାଇଥିବା କରୋନାଭାଇରସ୍ ରୋଗୀଙ୍କ ସମସ୍ତ ଚିକିତ୍ସା ଏବଂ କ୍ବାରେଣ୍ଟାଇନ ଖର୍ଚ୍ଚ ମଧ୍ୟ ବହନ କରିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ କୁହାଯାଇଛି।