Odisha Link
Bridging the Missing Links in Odisha

ଫସି ଯିବେକି କଙ୍ଗନା !

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ମାମଲାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ସହ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଗିରଫ କରିଛି ।

ଡ୍ରଗ୍ସ କୁ ନେଇ ଏନସିବିର ଖୋଳାତାଡ଼ ଜାରି ରହିଛି । ରିୟା ବଲିଉଡର ବଡ଼ ବଡ଼ ସେଲିବ୍ରିଟି ଡ୍ରଗ୍ସ ନେବା ଓ କାରବାରରେ ସମ୍ପୃକ୍ତ ଥିବା ନେଇ ଏନସିବିକୁ କହିଛନ୍ତି । ଯାହାକୁ ନେଇ ଏନସିବି ୨୫ ଜଣିଆ ବଲିଉଡ୍ ଷ୍ଟାରଙ୍କ ଲିଷ୍ଟ ପ୍ରସ୍ତୁତ କରିଛି ।

ତେବେ ବର୍ତ୍ତମାନ ଗୋଟିଏ ପଟେ ମୁମ୍ବାଇ ଏନସିବି ରାହିଲ ଭିଶ୍ରମ ଗିରଫ କରିଛି । ରାହିଲ ୧ କେଜି ହିମାଚଳ ପ୍ରଦେଶ ଗଞ୍ଜେଇ ସହ ଧରା ପଡ଼ିଥିଲେ । ତା’ ସହ ରାହିଲଙ୍କ ଠାରୁ ୪.୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଏନସିବି ।

ସୂଚନା ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ସହ ସମ୍ପୃକ୍ତ ଅନ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ରାହିଲର ସମ୍ପର୍କ ରହିଛି ।

ଏ ଖବର ଆସିବା ପରେ ସୋସିଆଲ୍ ମିଡିଆରେ କଙ୍ଗନାଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ଏବେ ମୁମ୍ବାଇରୁ ହିମାଚଳ ଫେରି ଯାଇଥିବା କଙ୍ଗନାଙ୍କୁ ଏହି ମାମଲାରେ ଏନସିବି ଜେରା କରିବ ବୋଲି ସୋସିଆଲ୍ ମିଡିଆ ୟୁଜର ପ୍ରତିକ୍ରିୟା ଦେଇଛନ୍ତି ।

Comments are closed.