ଗୁଗୁଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ୍ ଆପ୍

ନୂଆଦିଲ୍ଲୀ: ପ୍ରାୟ ୪ ଘଣ୍ଟା ପରେ ପୁଣିଥରେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଲା ପେଟିଏମ୍ ଆପ୍। ଏନେଇ ପେଟିଏମ୍ ପକ୍ଷରୁ ଏକ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଅପରାହ୍ନରେ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଥିଲା ପେଟିଏମ୍ ଆପ୍। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଗୁଗୁଲ ପକ୍ଷରୁ କୁହାଯାଇଥିଲା ଯେ, ଗୁଗୁଲ କେବେବି ଜୁଆ ଖେଳ ସହତ ଜଡ଼ିତ ଆପକୁ ସମର୍ଥନ ଦେବ ନାହିଁ। ପେଟିଏମ୍ ଏବଂ ୟୁପିଆଇ ଆପ୍ One97 Communication Ltd ଦ୍ବାରା ଡେଭେଲପ୍ କରାଯାଇଛି। ବର୍ତ୍ତମାନ ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ କରିବା ସତ୍ତ୍ବେ ମିଳୁନାହିଁ। ପେମେଣ୍ଟ ଆପ୍ ପେଟିଏମ୍ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଥିଲେ ସୁଦ୍ଧା ପେଟିଏମ୍ ମନି, ପେଟିଏମ୍ ମଲ ଏବଂ କମ୍ପାନୀର ମାଲିକାନାରେ ଥିବା ଅନ୍ୟ ଆପ୍ ଗୁଡ଼ିକ ଗୁଗୁଲ ପ୍ଲେ ଷ୍ଟୋରର ଉପଲବ୍ଧ ଅଛି।