‘ଅଭ୍ୟାସ’ ବିମାନର ସଫଳ ପରୀକ୍ଷଣ

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା। ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ।
ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡିଇ) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି। ଏହି ବାୟୁ ଯାନ ଦୁଇଟି ଅଣ୍ଡର ସ୍ଲଙ୍ଗ ବୁଷ୍ଟର ସାହାଯ୍ୟରେ ଛଡା ଯାଇଥାଏ । ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁ ଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ । ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଏବଂ ଏହି ଯାନ ସଫଳତାର ସହ ସମସ୍ତ ଲକ୍ଷ୍ୟ ହାସଲ କରିପାରୁଥିବା ଜଣାପଡୁଛି ।