କଟକରେ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ ମଧ୍ୟରୁ କ୍ୱାରେଣ୍ଟିନରୁ ୪୭, ଓ ଲୋକାଲ କଣ୍ଟା କେସ୍- ୪୬ । ସରକାରୀ କ୍ୱାରେଣ୍ଟିନରୁ ୧୪ ପୁରୁଷ, ୧୬ ଜଣ ମହିଳା ଆକ୍ରାନ୍ତ ଚିହ୍ନଟ ହୋଛନ୍ତି।
ସିଡିଏ ସେକ୍ଟର-୬ରୁ ୯, ବିଡାନାସୀ- ୫, ସେକ୍ଟର-୭ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତୁଳସୀପୁର-୩, ଚାଉଳିଆଗଞ୍ଜ, ଗଣ୍ଡରପୁରରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ ସିଏମସିରେ ମୋଟ ୧୨, ୮୧୭ ଆକ୍ରାନ୍ତ ହୋଇଥିବା ବେଳେ ୧,୮୬୯ଟି ଆକ୍ଟିଭ କେଶ ରହିଛି। ସେହିପରି ୧୦, ୮୯୪ ସୁସ୍ଥ ହୋଇଛନ୍ତି।
Comments are closed.