SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍

ଗୌହାଟି: ଆସାମରେ ପୋଲିସ୍ ସବ୍-ଇନ୍ସପେକ୍ଟର(SI) ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ । ଆସାମ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି। ପ୍ରଶ୍ନପତ୍ର ଲିକ୍ର ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୁଲିସ ଡିଜି ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି।
ସୂଚନାଥାଉ କି, ସେପ୍ଟେମ୍ବର ୨୦ରେ ଆସାମର ପୋଲିସ୍ ଏସ ଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁ ରାଜ୍ୟ ସ୍ତରୀୟ ପୋଲିସ ନିଯୁକ୍ତି ବୋର୍ଡ ପରୀକ୍ଷାକୁ ବାତିଲ୍ କରା ଯାଇଥିଲା ।