ବାଣ ଦୋକାନ ସିଲ୍, ୨୦ ହଜାର ତଣ୍ଡ

ପାଲଲହଡା: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍ ଲଘାଯାଇଛି। ଏନେଇ କାଲି ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ପାଲଲହଡା ମୁଖ୍ୟ ବଜାରରେ ଏହି ନିୟମ ଉଲଘଂନ ଦେଖିବାକୁ ମିଳିଛି। ପାଲଲହଡାରେ ଖୋଲାଥିବା ୨ଟି ବାଣ ଦୋକାନ ସିଲ୍ କରାଯାଇଛି।
ବାରଣ ସତ୍ୱେ ବାଣ ଦୋକାନ ଖୋଲା ଯାଇଥିବାରୁ ପାଲଲହଡା ଉପଖଣ୍ଡ ପ୍ରଶାସନ ଦୋକାନକୁ ବନ୍ଦ କରିଛି। ଏଥିସହ ଦୁଇ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଫାଇନ୍ ମଧ୍ୟ ଆଦାୟ ହୋଇଛି। ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।