ଓଡିଶାକୁ ପ୍ରାଧାନ୍ୟ ଦେଉଛନ୍ତି ମୋଦି ସରକାର : ସମୀର ମହାନ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ଅବା କରୋନା ସଙ୍କଟ ସମୟରେ ହଜାର ହଜାର କୋଟି ରାଜ୍ୟକୁ ପ୍ରଦାନ କରୁଛନ୍ତି। ଗତ ଅମ୍ଫାନ ବାତ୍ୟାରେ ମୋଦି ସରକାର ଅଗ୍ରୀମ ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଥିବାବେଳେ ଏବେ ଆଉ ୧୨୮.୨୩ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି।
ଏହିପରି ଅମ୍ପନ ବାତ୍ୟା ପାଇଁ ଓଡ଼ିଶାକୁ ୬୨୮.୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷତି ଏବଂ ଆଗାମୀ ଦିନରେ ଏହାର ମୁକାବିଲା କରିବା ପାଇଁ ସମୁଦାୟ ୬୨୮.୨୩ କୋଟି ଟଙ୍କା ସହାୟତା ଦେଇଥିବାରୁ ଓଡିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟସଭାପତି ସମୀର ମହାନ୍ତି।
ଦେଶରେ ବିଜେପି ସରକାର ଆସିବା ପରଠୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି ପାଇଛି। ବିଶେଷ କରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ମୋଦି ସରକାର ହଜାର ହଜାର କୋଟି ଟଙ୍କା ସହାୟତା ଯୋଗାଇ ଆସୁଛନ୍ତି । ଗତ ଫନି ବାତ୍ୟାରେ କେନ୍ଦ୍ର ସରକାର ଓଡିଶାକୁ ୪୬୭୯ କୋଟି ଟଙ୍କା ପ୍ରଦାନ କରିଥିଲେ।
ଏହା ସତ୍ୱେ ରାଜ୍ୟସରକାର କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ଏହି ଅର୍ଥ ପହଂଚାଇପାରିଲେ ନାହିଁ । ଅମ୍ପନ ବାତ୍ୟା ପାଇଁ ଆସିଥିବା ଏହି ଅର୍ଥକୁ ରାଜ୍ୟସରକାର ଆଗାମୀ ଦିନରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଦିଗରେ ବ୍ୟବହାର କରିବା ସହ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ଭିତିଭୂମି ସୁଦୃଢ କରିବା ପାଇଁ ମହାନ୍ତି ପରାମର୍ଶ ଦେଇଛନ୍ତି।
Comments are closed.