ହାତୀ ଆକ୍ରମଣରେ ୨ ମୃତ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅଞ୍ଚଳରେ ଦନ୍ତା ଆତଙ୍କ। ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀଵନ ଚାଲିଯାଇଛି। ଆଜି ସକାଳେ ମଲଙ୍ଗା ଗ୍ରାମର ଗାନ୍ଦୁରୁ ଓରାମ ସକାଳୁ ନିଜ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଟେକି କଚାଡ଼ି ମାରିଦେଇଥିଲା।
ଏଥିସହ, କନରସୁଆଁ ଗ୍ରାମ ଗ୍ରାମର କାର୍ତ୍ତିକ ଭୂମିଜ (୬୫) ଶୌଚ ହେବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।