ପର୍ଯ୍ୟଟନ ବିଭାଗ ଓ୍ବେବସାଇଟରେ ଶ୍ରୀମନ୍ଦିରର ଭୁଲ ଚିତ୍ର

ପୁରୀ: ପର୍ଯ୍ୟଟନର ବିକାଶ କଥା କହୁଥିବା ପର୍ଯ୍ୟଟନ ବିଭାଗ ଓ୍ବେବ୍ସାଇଟରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ କେନ୍ଦ୍ର ପର୍ଯ୍ୟଟନ ବିଭାଗ ଓ୍ବେବ୍ସାଇଟରେ ଭୁଲଭାବେ ଚିତ୍ରଣ କରିଛି। ପୁରୀ ଶ୍ରୀମନ୍ଦିର ଚିତ୍ର ବଦଳରେ ବାଲେଶ୍ବରର ଇମାମି ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ଭାବେ ଚିତ୍ରଣ କରାଯାଇଛି। ଅତୁଲ୍ୟ ଭାରତ ଲିଙ୍କରେ କେନ୍ଦ୍ର ପର୍ଯ୍ୟଟନ ବିଭାଗ ବିଭିନ୍ନ ଧାର୍ମିକ ସ୍ଥଳର ଫଟୋ ଦେଇଥିବା ବେଳେ ଶ୍ରୀମନ୍ଦିରକୁ ଏଥିରେ ଭୁଲ ଚିତ୍ରଣ କରାଯାଇଛି।
ଏହାକୁ ନେଇ ବିରୋଧର ସ୍ବର ଉଠିଛି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହାର ଦୃଢ଼ ବିରୋଧ କରିବା ସହିତ ଆଇନ୍ର ଆଶ୍ରୟ ନେବେ ବୋଲି କହିଛନ୍ତି। ସେପଟେ ଅନ୍ୟ ସେବାୟତ ବି ଏହାର ଦୃଢ଼ ବିରୋଧ କରିଛନ୍ତି।