Odisha Link
Bridging the Missing Links in Odisha

ଭାରତ ବନ୍ଦକୁ ନେଇ କଟାକ୍ଷ କଲେ କଙ୍ଗନା, କହିଲେ …

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ‌ କଙ୍ଗନା ରଣାୱତ। କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା କଙ୍ଗନା ଏବେ ଭାରତ ବନ୍ଦକୁ ନେଇ କଟାକ୍ଷ କରିଛନ୍ତି। ସେ ମଜାଳିଆ ଢ଼ଙ୍ଗରେ ଭାରତ ବନ୍ଦକୁ ନେଇ ଏକ ଟ୍ବିଟ କରିଛନ୍ତି।

କଙ୍ଗନା ତାଙ୍କ ଟ୍ବିଟର ଆକାଉଣ୍ଟରେ ସଦ୍‌ଗୁରୁ ଜଗ୍ଗି ବାସୁଦେବଙ୍କ ଏକ ଭିଡିଓକୁ ରିଟ୍ବିଟ କରିଛନ୍ତି। କଙ୍ଗନା ଲେଖିଛନ୍ତି, ‘ଆଓ ଭାରତ କୋ ବନ୍ଦ କରଦେତେ ହେଁ, ୟୁଁ ତୋ ତୁଫାନୋ କି କମି ନହିଁ ଇସ୍ ନାଓ ମେଁ, ମଗର ଲାଓ କୁଲହାଡି, କୁଛ ଛେଦ ଭି କରଦେତେ ହେଁ।’

କଙ୍ଗନା ସଦଗୁରୁ ଜୀଙ୍କ ଯେଉଁ ଭିଡିଓକୁ ଟ୍ବିଟ କରିଛନ୍ତି ସେଥିରେ କୁହାଯାଇଛି ଯେ, କିଭଳି ପ୍ରତିକଥାରେ ଲୋକେ ଭାରତ ବନ୍ଦ କରିବା ପାଇଁ ଆଗକୁ ଚାଲିଆସୁଛନ୍ତି। ଗାନ୍ଧିଜୀଙ୍କ ସମୟରେ ଇଂରେଜମାନଙ୍କ ସହ ଲଢ଼ିବା ପାଇଁ ଏକ ଭିନ୍ନ ହତିଆର ଥିଲା ଅହିଂସା। କିନ୍ତୁ ଆଜି ସବୁ କିଛି ଅଲଗା। ହିଂସା ଦ୍ବାରା ଲୋକେ ପରସ୍ପରର ଜୀବନକୁ ନିଜେ ହିଁ ନର୍କ କରି ଦେଉଛନ୍ତି। ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ ଏହି ଟ୍ବିଟକୁ କିଛି ଲୋକେ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି।

Comments are closed.