ବାତିଲ ହେବନାହିଁ ‘୨୦୨୧ ନିଟ୍’ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ‘୨୦୨୧ ନିଟ୍’ ପରୀକ୍ଷା ବାତିଲ ହେବନାହିଁ ବୋଲି କହିଛନ୍ତି। ଆଜି ଓ୍ଵେବିନର୍ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ‘ନିଶଙ୍କ’ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଦେଶ ପାଇଁ ବ୍ୟାପକ କ୍ଷତି ହେଉଥିବାରୁ ‘୨୦୨୧ ନିଟ୍’ ପରୀକ୍ଷା ବାତିଲ କରାଯାଇ ପାରିବ ନାହିଁ।ଶିକ୍ଷାମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ‘ଏନ୍ଟିଏ’ ସର୍ବଦା ଅଫ୍ଲାଇନ୍ ମୋଡ୍ରେ ‘ନିଟ୍’ ପରୀକ୍ଷା କରାଇଛି। କିନ୍ତୁ, ଚାଲିଥିବା ମହାମାରୀ ଯୋଗୁଁ ଆମେ ଅନ୍ଲାଇନ୍ ମୋଡ୍ରେ ‘୨୦୨୧ ନିଟ୍’ ପରୀକ୍ଷା କରାଇବା କଥା ଆଲୋଚନା କରିବୁ।
‘ସିବିଏସ୍ଇ’ ବୋର୍ଡ ପରୀକ୍ଷା ପ୍ରସଙ୍ଗରେ ପୋଖରିୟାଲ୍ କହିଲେ ଯେ, ୨୦୨୧ ବର୍ଷ ଲାଗି ବୋର୍ଡ ୩୦% ସିଲାବସ୍ ହ୍ରାସ କରିଛି।ଏହି ପରୀକ୍ଷା ଫେବ୍ରୁଆରି-ମାର୍ଚ ମାସରେ ହେବ କି, ବୋଲି ଜଣେ ପଚାରିବାରୁ ସେ କହିଲେ, ପରୀକ୍ଷା ତାରିଖ ଯଥେଷ୍ଟ ଆଗୁଆ ଘୋଷଣା କରାଯିବ। ତେଣୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ନିମନ୍ତେ ଯଥେଷ୍ଟ ସମୟ ପାଇବେ।
Comments are closed.