Odisha Link
Bridging the Missing Links in Odisha

ଆରଏସ୍‌ପି ଗ୍ୟାସ ଲିକ୍, ୪ ମୃତ

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ ଲିକ୍।  ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଏହା ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆଉ ଦୁଇ ଜଣ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଠିକା ଶ୍ରମିକ ଷ୍ଟାର ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଛି। ଆରଏସପିର ବରିଷ୍ଠ ଅଧିକାରୀ, ସୁରକ୍ଷା ବିଭାଗର ଅଧିକାରୀ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ଶ୍ରମିକ ସଂଗଠନ ମହଲରେ ଆସନ୍ତୋଷ ଦେଖାଦେଇଛି । ଗ୍ୟାସ ଲିକ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Comments are closed.