Odisha Link
Bridging the Missing Links in Odisha

ରାଜ୍ୟରେ ୨୪% ଅଧିକ ଧାନ ସଂଗ୍ରହ ହୋଇଛି: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ୨୪ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ଅଧିକ ଧାନ ସଂଗ୍ରହ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସୂଚନା ମୁତାବକ, ଆଜି ସୁଦ୍ଧା ରାଜ୍ୟରେ ୨୬ ଲକ୍ଷ ୪୮ ହଜାର ୪୭୪ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ଏଥିସହ ୪୫୩୮ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।