ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଉଦ୍ଧାରୀ କାର୍ଯ୍ୟ ୬ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏବେ ବି ୨୦୬ ଜଣ ଲୋକ ଫଶି ରହିଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ୫,୬୦୦ ମିଟର ଉପରେ ରହିଥିବା ଏକ ଝୁଲନ୍ତା ହିମଶୈଳ (ଗ୍ଲାସିୟର)ରୁ ଏକ ବିରାଟ ହିମଖଣ୍ଡ ତଳକୁ ଖସି ଆସିବାରୁ ପଥର ଓ ମାଟି ସହ ମାଡ଼ି ଆସିଥିବା ହିମପ୍ରବାହ ଯୋଗୁ୍ଁ ହିଁ ଋଷିଗଙ୍ଗା ନଦୀର ତଳମୁଣ୍ଡରେ ଚାମୋଲି ଜିଲ୍ଲାରେ ଏପରି ବନ୍ୟା ବିଭୀଷିକା ଦେଖିବାକୁ ମିଳିଥିଲା ବେଲି ପ୍ରାଥମିକ ଅନୁଧ୍ୟାନରୁ ବିଶେଷଜ୍ଞମାନେ ମତ ରଖିଛନ୍ତି।
ଉତ୍ତରାଖଣ୍ଡର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦୁଇଟି ଗାଁ ପାଙ୍ଗ୍ ଏବଂ ମୁରଦା ବ୍ୟତୀତ ଏବେ ସୁଦ୍ଧା ୧୧ଟି ଗାଁକୁ ବିଜୁଳି ଜୋଗାଣ ହୋଇସାରିଛି। ୧୦ଟି ଗାଁକୁ ପାନୀୟ ଜଳ ଲାଇନ୍ ମରାମତି କରାଯାଇଛି।