Odisha Link
Bridging the Missing Links in Odisha

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ଚଳିତ ବର୍ଷ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ନୟାଗଡ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକରେ ରଥକାଠ ପୁରୀରେ ଆସି ପହଞ୍ଚିଛି। ଦୁଇଟି ଟ୍ରକରେ ସମୁଦାୟ ୪୯ ଖଣ୍ତ ଅସନ ଓ ଧଉରା କାଠ ରହିଛି। ସେଥି ମଧ୍ୟରୁ ୧୨ ଫୁଟିଆ ଅସନ ୨୦ ଟି ଓ ୨୦ ଫୁଟିଆ ଧଉରା ୧୯ ଟି ଏବଂ ୨୦ ଫୁଟିଆ ଅସନର ୧୦ ଟି କାଠ ରହିଛି।

ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ଆସନ୍ତା ଶ୍ରୀପଞ୍ଚମୀ ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ଧଉରା କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯିବା ସହ ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ।

Comments are closed.